Developer Premraj Pani
Praise The Lord
ଖ୍ରୀଷ୍ଟରେ ଆଶ୍ରିତ ପ୍ରତ୍ୟେକଙ୍କୁ ମୋ ଗୀତ ବହି ପରିବାର ତରଫରୁ ଆନ୍ତରିକ ନମସ୍କାର ଜ୍ଞାପନ କରୁ ,ଆମେ ଆଶାକରୁ ପ୍ରଭୁଙ୍କ କୃପା ଏବଂ ଦୟାରୁ ଆପଣ ଏବଂ ଆପଙ୍କ ପରିବାରର ସମସ୍ତେ ଭଲରେ ଅଛନ୍ତି ଓ ଆପଣମାନଙ୍କ ପ୍ରାର୍ଥନାରୁ ଆମେ ମଧ୍ୟ ଭଲରେ ଅଛୁ I
ଏହି (ମୋ ଗୀତ ବହି )Mobile Application କୁ (ପ୍ରଭୁଙ୍କ) ସେବାରେ ଭାଇ (ପ୍ରେମରଜ ପାଣି) ପ୍ରତ୍ୟେକ ଯାନ୍ତ୍ରିକ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି I
This Mo Gita Bahi apps developed by servent of God brother Premraj Pani from ,Odisha/Gajapati/K jhalarsing
ଏହି Mobile Application ପ୍ରସ୍ତୁତ କରିବାର ମୂଳ ଉଦେଶ୍ୟ I
A . ପ୍ରଭୁଙ୍କ ଗୌରବ ଓ ପ୍ରସଂଶା କରିବା ଉଦେଶ୍ୟରେ I
B .ଏଥିରେ ଥିବା ପ୍ରତ୍ୟେକ ଗୀତ କେବଳ ଖ୍ରୀଷ୍ଟିୟ ଭକ୍ତି ସଙ୍ଗୀତ , ଏହା ବ୍ୟତୀତ ଅନ୍ୟ କୌଣସିବି ନାହିଁ I
C .ଏହି ଦିନମାନଙ୍କ ମଧ୍ୟରେ ଯଦି ଆପଣ କୌଣସି ଘରକୁ ଯାଆନ୍ତି ଅଧିକାଂଶ କ୍ଷେତ୍ରରେ ଗୀତ ବହୀ ମିଳିବା କଷ୍ଟକର , ଯଦି ରହେ ବି ସେହି ଗୀତ ବହିର କିଛି ପୃଷ୍ଠା Missing ଥାଏ ଯେମିତି କି ଚିରା ଫଟା ହୋଇଯାଇଥିବ , କିନ୍ତୁ ବର୍ତ୍ତମାନ ପାଇଁ ଗୋଟିଏ ଘରେ 2 ରୁ ଅଧିକ Smartphone ଆମେ ଦେଖିବାକୁ ପାଉ କିନ୍ତୁ ଗୀତ ବହି ନୁହେଁ ଏହି ଅସୁବିଧାକୁ ଲକ୍ଷ୍ୟକରି ସଦାପ୍ରଭୁ ଆମକୁ ସାହାଯ୍ୟ କଲେ ଏହି ମୋ ଗୀତ ବହି Application କୁ ପ୍ରସ୍ତୁତ କରିବା ପାଇଁ ଏଣୁ ପ୍ରଭୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରେ I
D .ଏହି ଗୀତ ବହିରେ ଲିଖିତ ହୋଇଥିବା ପ୍ରତ୍ୟେକ ଗୀତର ଭାବ ଓ ରଚକ ଗଣଙ୍କୁ ଆମେ ସଂମ୍ମାନ ଜଣାଉଅଛୁ ,ଆପଣ ମାନଙ୍କ ଦତ୍ତ ପରିଶ୍ରମ କୁ ଆମେ ପ୍ରଭୁଙ୍କ ସେବାରେ Digital ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଉଅଛୁ , ଏହି ସେବା କାର୍ଯ୍ୟପାଇଁ ଆମେ ବିଶେଷ ପ୍ରାର୍ଥନା ଆପଣ ମାନଙ୍କଠାରୁ ଆଶାକରୁ I
ଏହି Applicatin Free of cost ରେ ଉପଲବ୍ଧ ଅଟେ I
ଏହା 100% offline ରେ ଚାଲୁଛି I
ଆମେ ଏହି Appliation ମାଧ୍ୟମରୁ କିଛି ବି ଟଙ୍କା ରୋଜଗାର କରୁନାହୁଁ , ଏହା ଆମର ଉଦେଶ୍ୟ ନୁହେଁ I
ଧନ୍ୟବାଦ ଅର୍ପଣ
ଗତ ଦିନରେ ଆମ ଏହି ସେବା କାର୍ଯ୍ୟ ବନ୍ଦ ହେବାର କାରଣ ଏହା ସମ୍ପୂର୍ଣ୍ଣ Online ମାଧ୍ୟମରେ ପରିଚାଳିତ ହଉଥିଲା ଏବଂ ପ୍ରତ୍ୟେକ ମାସ ପିଛା 2500/ ଭାରତୀୟ ମୁଦ୍ରା ପୈଠ କରିବା ପାଇଁ mail ଆସିଲା ଏହା ଆମ୍ଭ ପକ୍ଷରେ ସମ୍ଭବ ନ ଥିବାରୁ ଆମେ ଅତି ଦୁଃଖିତ ମନେ କଲୁ କିନ୍ତୁ ପ୍ରଭୁ ହିଁ ଆମକୁ ସାହାଯ୍ୟ କଲେ ପ୍ରଥମେ ପ୍ରଭୁଙ୍କୁ ଧନବାଦ ଦେବା, ଗତ ଅଗଷ୍ଟ ମାସ ତଥା 01/08/2025 ଠାରୁ ଏହି ଅସୁବିଧାର ସମ୍ମୁଖୀନରେ ଆମେ ପଡ଼ିଲୁ , ମନରେ ଅନେକ ଚିନ୍ତା ଆସିଲା ଏହି ସେବା ବନ୍ଦ ହୋଇଯିବ ନା କଣ କିନ୍ତୁ ପ୍ରଭୁ ରାସ୍ତା ଦେଲେ ଅପାଙ୍କ ମାନଙ୍କ ମଧ୍ୟରୁ ବ୍ୟକ୍ତିଗତ ଭାବରେ 1 ଟଙ୍କା ଠାରୁ ଆରମ୍ଭ କରିକି 1000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟର ହାତ ପ୍ରଭୁଙ୍କ ଗୌରବ ନିମନ୍ତେ ବଢ଼େଇଥିବାରୁ ଆଜି ଆମେ ଏହି ସେବାକୁ ପୁନର୍ଜୀବିତ କରିବାରେ ସଫଳ ହେଲୁ ଏଣୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ I
Comments
Post a Comment